ଟିକେଟ୍ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ଭୁବନେଶ୍ୱର, ୪/୦୫: ନିର୍ବାଚନ ପୂର୍ବରୁ  ଟିକେଟ୍ ଫେରାଇଛନ୍ତି ପୁରୀ  କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି ।ତେବେ ମୁଖ୍ୟତଃ ସେ ଦୁଇଟି କାରଣ ପାଇଁ ଟିକେଟ୍ ଫେରାଇଥିବା କହିଛନ୍ତି । ପ୍ରଥମତଃ ପୁରୀର ବିଭିନ୍ନ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି । ଏବଂ ଦ୍ୱିତୀୟରେ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନାହିଁ । ବିନା ଫଣ୍ଡିଙ୍ଗରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ବୋଲି କହିଛନ୍ତି ସୁଚରିତା । ତେଣୁ ସେ ନିଜ ଟିକେଟ୍ ଫେରାଉଛନ୍ତି ବୋଲି ଇମେଲରେ ଜଣାଇଛନ୍ତି । ତେବେ ପୁରୀରେ ମେ ୨୫ ତାରିଖରେ ଭୋଟିଂ ହେବ । ଏଥିପାଇଁ ନାମାଙ୍କନ ଭରିବାକୁ ଆଉ ମାତ୍ର ୨, ୩ ଦିନ ରହିଲା ।