ତେଲେଙ୍ଗାନା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର ଜାରି

ନୂଆଦିଲ୍ଲୀ,୧୭/୧୧: ତେଲେଙ୍ଗାନାରେ ଚଳିତମାସ ୩୦ ତାରିଖରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ଆଜି କଂଗ୍ରେସ ତରଫରୁ ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା ପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା ପତ୍ର ଜାରି କରିଛନ୍ତି ।
ତେଲେଙ୍ଗାନା ଭୋଟରଙ୍କ ପାଇଁ କଂଗ୍ରେସର ଥିବା ପ୍ରତିଶ୍ରୁତି
୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି,ହିନ୍ଦୁ ଝିଅଙ୍କୁ ବାହାଘର ବେଳେ ୧ଲକ୍ଷ ଟଙ୍କା ଓ ୧୦ ଗ୍ରାମ ସୁନା ଉପହାର,
ଅଳ୍ପସଂଖ୍ୟକ ଝିଅ ବାହାଘର ବେଳେ ୧ଲକ୍ଷ ୬୦ ହଜାର ଟଙ୍କା,
ଉଚ୍ଚ ଶିକ୍ଷା ଲାଭ କରିବାକୁ ଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି। ଏହିପରି ଅନେକ ପ୍ରତିଶ୍ରୁତି ରଖିଛି କଂଗ୍ରେସ।