ଭବାନୀପାଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କ କଳା ପତାକା ପ୍ରଦର୍ଶନ, ୮ ଗିରଫ

ଭୁବନେଶ୍ୱର,୩୦/୦୩: ଆଜି ଭବାନୀପାଟଣାର କ୍ରିଷ୍ଣାନଗର ପଡ଼ିଆଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମଧ୍ୟ ଉପସ୍ଥିତ ରହିବେ। ହେଲେ ଏହା ପୂର୍ବରୁ କଂଗ୍ରେସ କର୍ମୀମାନେ ମଞ୍ଚ ନିକଟରେ କଳାପତାକା ପ୍ରଦର୍ଶନ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ୮ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି। ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର । ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ । ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ ।

Leave a Reply

Your email address will not be published. Required fields are marked *