କଂଗ୍ରେସ ଜାରି କରିଥିବା ଇସ୍ତାହାରରେ ରହିଛି ୫ ନ୍ୟାୟ ଓ ୨୫ ଗ୍ୟାରେଂଟି

ଭୁବନେଶ୍ୱର,୫/୦୪: ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ କଂଗ୍ରେସ ଜାରି କରିଛି ତା’ର ଇସ୍ତାହାର । ଇସ୍ତାହାରକୁ ‘ନ୍ୟାୟ ପତ୍ର’ ନାମରେ ନାମିତ କରିଛି କଂଗ୍ରେସ । ଇସ୍ତାହାରରେ ୫ ନ୍ୟାୟ ଓ ୨୫ ଗ୍ୟାରେଂଟିର ଉଲ୍ଲେଖ କରିଛି । ଗ୍ୟାରେଂଟିରେ ଚାଷୀ, ଦିନ ମଜୁରିଆ, ଯୁବବର୍ଗ, ମହିଳା ଓ ବେକାରୀଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଛି । ସେହିପରି ୫ଟି ନ୍ୟାୟ ହେଉଛି ‘ହକ୍ ପାଇଁ ନ୍ୟାୟ’, ‘କୃଷକ ନ୍ୟାୟ’, ‘ମହିଳା ନ୍ୟାୟ’, ‘ଶ୍ରମ ନ୍ୟାୟ’ ଏବଂ ‘ଯୁବ ନ୍ୟାୟ’ ।କଂଗ୍ରେସ ତା’ର ଇସ୍ତାହାରେ ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କରିଛି । ଯେଉଁଥିରେ ୩୦ ଲକ୍ଷ ସରକାରୀ ନିଯୁକ୍ତି ଦେବା କଥା କୁହାଯାଇଛି ।