ଏଣିକି ଇଂରାଜୀ ପଢ଼ିବେ ପୋଲିସ, MOU ସ୍ବାକ୍ଷରିତ କଲା କମିଶନରେଟ ପୋଲିସ

ଭୁବନେଶ୍ୱର,୫/୭: କମିଶନରେଟ ପୁଲିସରେ କାର୍ଯ୍ୟ କରୁଥିବା ସମସ୍ତ ପୁଲିସ ବାହିନୀ ଏଣିକି ଇଂରାଜୀ ଶିଖିବେ ଏବଂ ବଢ଼ାଇବେ ନିଜର କହିବାର ଦକ୍ଷତା। ଏଥିପାଇଁ କମିଶନରେଟ ପୋଲିସ ସହ ଚୁକ୍ତିନାମା ସ୍ୱାକ୍ଷର କରିଛି ବ୍ରିଟିଶ ପରିଷଦ। କମିଶନରେଟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି ଏହି ଚୁକ୍ତି ସ୍ଵାକ୍ଷର ସମାରୋହ। ଇଂରାଜୀରେ ଦକ୍ଷ କରିିବା ନେଇ ସପ୍ତାହରେ ୩ ଦିନ ଏହି ଟ୍ରେନିିଂ କାର୍ଯ୍ୟକ୍ରମ କରାଯିବ। ଏହି ତାଲିମ କାର୍ଯ୍ୟକ୍ରମକୁ ଆୟୋଜନ ନିମନ୍ତେ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (KISS)  ଏବଂ MGM ଫାଉଣ୍ଡେସନ୍ ମିଳିତ ଭାବେ ସହଯୋଗ କରିବେ।

ଯାହାଦ୍ୱାରା ବାହାର ରାଜ୍ୟକୁ ତଦନ୍ତ କରିବାକୁ ଯିବାବେଳେ ଆଉ ଭାଷାଗତ ଅସୁବିଧାର ସମ୍ମୁଖୀନ ହେବେନି ପୋଲିସ। ତଦନ୍ତୁଠୁ ଆରମ୍ଭ କରି କୋର୍ଟ କଚେରୀ ମାମଲାରେ ଇଂରାଜୀରେ ଯୋଗାଯୋଗ ପାଇଁ ପୋଲିସଙ୍କୁ ଅଧିକ ଦକ୍ଷ କରାଯିବ । ଟ୍ଵିନ ସିଟି କଟକ-ଭୁବନେଶ୍ଵରର ପୋଲିସ ଇଂରାଜୀ ଭାଷାରେ ପାରଙ୍ଗମ ହେବେ।

ସୂଚନାଯୋଗ୍ୟ ଯେ ସପ୍ତାହରେ ୩ ଦିନ ଏହି ଟ୍ରେନିଂ ଓ ଶନିବାର ସକାଳୁ କରାଯିବ ବୋଲି ଯୋଜନା କରାଯାଇଛି । ବ୍ରିଟିଶ ଇଂଗ୍ଲିସ ତରଫରୁ ସମସ୍ତ ପାଠ୍ୟ ପୁସ୍ତକ ଦିଆଯିବ। ଅଭିଜ୍ଞ ଟ୍ରେନର ଟ୍ରେନିଂ ଦେବେ। ଏହି ତାଲିମ ଦ୍ବାରା ପୋଲିସ ଅଧିକ ଦକ୍ଷ ଓ ପାରମଙ୍ଗମ ପାରିବ ବୋଲି କହିଛନ୍ତି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ। ଟ୍ରେନିଂ ମଡ୍ୟୁଲ୍ ଅବଧି ୩୪ ଘଣ୍ଟା ରହିବ ସହ ଏହା ଉଭୟ ଅନଲାଇନ୍ ଓ ଅଫଲାଇନ୍ ମୋଡ୍ ପ୍ରଦାନ କରାଯିବ।