ଦୀପାବଳିରେ ଟୁଇନସିଟି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୦/୧୧:ଦୀପାବଳିରେ ଟୁଇନସିଟି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ ପୋଲିସ। ରାତି ୧୦ଟା ପରେ ଟୁଇନ୍ ସିଟିରେ ଫୁଟିବ ନାହିଁ ବାଣ ।  କେବଳ ୧୨୫ ଡେସିବେଲଠାରୁ କମ୍ ଶବ୍ଦର ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ହେଲେ ବାଣ କେବଳ ରାତି ୧୦ଟା ଭିତରେ ହିଁ ଫୁଟାଯାଇପାରିବ । ତେବେ ଯେଉଁମାନେ ବେଆଇନ୍ ଭାବେ ବାଣ ଫୁଟାଇବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦିଆଯାଇଛି ।