ବୃଦ୍ଧି ପାଇଲା କମର୍ସିଆଲ ଗ୍ୟାସ ଦର

ଭୁବନେଶ୍ୱର,୪/୦୭: କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଇଛି। କମର୍ସିଆଲ ଗ୍ୟାସ ଦର ୭ଟଙ୍କା ବୃଦ୍ଧି ହୋଇଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ୍ ୧୭୮୦ । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି । ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୧୦୩ ଟଙ୍କା, କୋଲକାତାରେ ୧୧୨୯, ମୁମ୍ବାଇରେ ୧୧୦୨.୫୦ ରହିଛି ଏବଂ ଚେନ୍ନାଇରେ ୧୧୧୮.୫୦ ଟଙ୍କା ରହିଛି ।ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୧୭୭୩ ଟଙ୍କାରୁ ବଢି ୧୭୮୦ରେ ପହଞ୍ଚିଛି । ସେହିପରି କୋଲକାତାରେ ସିଲିଣ୍ଡର ଦାମ୍ ୧୮୮୨.୫୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୮୭୫.୫୦ ଟଙ୍କା ଥିଲା ।