କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି, ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ,୧/୦୨: ବଜେଟ୍ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା । ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବଢିଛି । ଏହାସହ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦର ୧୭୬୯. ୫୦ ଟଙ୍କାରେ ପହଞ୍ଚିଛି । ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଆଗତ କରିବେ । କିନ୍ତୁ ଏହା ପୂର୍ବରୁ ଏଲପିଜି ଦର ବୃଦ୍ଧି ହୋଇଛି । ତାଜା ପରିବର୍ତ୍ତନ ପରେ ଦିଲ୍ଲୀରେ ୧୯ କେଜି ଏଲପିଜି ସିଲିଣ୍ଡର ଦର ୧୭୫୫.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୭୬୯.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ସିଲିଣ୍ଡର ୧୮୬୯,୦୦ ଟଙ୍କାରୁ ବୃଦ୍ଧି ପାଇ ୧୮୮୭ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ୧୯ କେଜି ସିଲିଣ୍ଡର ଦର ୧୭୦୮ରୁ ବଢି ୧୭୨୩ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦର ୧୯୨୪. ୫୦ଟଙ୍କାରୁ ବଢି ୧୯୩୭ ଟଙ୍କାରେ ପହଞ୍ଚିଛି ।