ଭୁବନେଶ୍ୱର,୧/୧୨: ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି କରିଛନ୍ତି । ବିଭିନ୍ନ ସହରରେ କମ୍ପାନୀ ଗୁଡିକ ସଂଶୋଧିତ ଦାମ ଜାରି କରିସାରିଛନ୍ତି । ଫଳରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ୧୮ ଟଙ୍କା ବୃଦ୍ଧି ପାଇଛି । ହେଲେ ୧୪ କେଜି ଘରୋଇ ଗ୍ୟାସ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧ ଡିସେମ୍ବରରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କେଜି ଏଲପିଜି ସିଲିଣ୍ଡରର ଦାମ ୧ ହଜାର ୮୧୮ ଟଙ୍କା ୫୦ ପଇସା ହୋଇଛି । ଏହା ପୂର୍ବରୁ ୧୮୦୨ ଟଙ୍କାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମିଳୁଥିଲା ।