କମେଡିଆନ ଭାରତୀ ସିଂହଙ୍କ ସ୍ବାମୀ ହର୍ଷ ଗିରଫ

ମୁମ୍ବାଇ, ୨୨/୧୧: କମେଡିଆନ ଭାରତୀ ସିଂହଙ୍କ ସ୍ବାମୀ ହର୍ଷ ଆଜି ଗିରଫ ହୋଇଛନ୍ତି। ଡ୍ରଗ୍ସ ମାମଲାରେ ଗିରଫ କଲା NCB। ଗତକାଲି ଭାରତୀ ସିଂହଙ୍କୁ ଗିରଫ କରିଥିଲା NCB।
ଭାରତୀଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା ।

ଉଲ୍ଲେଖ ଯୋଗ୍ୟ ଯେ ୪ ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂହଙ୍କୁ ଗତକାଲି ଗିରଫ କରିଥିଲା NCB ।  ଭାରତୀଙ୍କ ଅନ୍ଧେରୀସ୍ଥିତ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲା NCB । ଭାରତୀ ଓ ସ୍ବାମୀ ହର୍ଷ ଗଞ୍ଜେଇ ସେବନ କରୁଥିବା ସ୍ବୀକାର କରିଥିଲେ । ଲାପ୍‌ଟପ୍ ଜବତ କରିବା ସହ ଭାରତୀଙ୍କୁ ମାରାଥନ ଜେରା କରାଯାଇଥିଲା।