କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ, ୨୩/୧୧: ଡ୍ରଗ୍ସ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀଙ୍କୁ ଆଜି ଜାମିନ୍ ମିଳିଛି। ଉଭୟଙ୍କୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ତରଫରୁ ଜାମିନ ପ୍ରଦାନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ  ୪ ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂହଙ୍କୁ ଗିରଫ କରିଥିଲା NCB । ପରେ ପରେ ତାଙ୍କ ସ୍ୱାମୀ ମଧ୍ୟ ଗିରଫ ହୋଇଥିଲେ। ଭାରତୀଙ୍କ ଅନ୍ଧେରୀସ୍ଥିତ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲା NCB । ଭାରତୀ ଓ ସ୍ବାମୀ ହର୍ଷ ଗଞ୍ଜେଇ ସେବନ କରୁଥିବା ସ୍ବୀକାର କରିଥିଲେ ।