ଆରପାରିରେ ଯାତ୍ରା ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ଜଗା ରାଉତ

ଭୁବନେଶ୍ୱର, ୨୭/୪:  ଆଉ ଆମ ଗହଣରେ ନାହାନ୍ତି ଓଡ଼ିଆ ଯାତ୍ରା ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ଜଗା ରାଉତ  । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ପୁରୀ ନିମାପଡ଼ାରେ ଜନ୍ମିତ ଜଗା ରାଉତଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ହୋଇଥିଲା । ୬୨ ବର୍ଷ ଧରି ଯାତ୍ରା ଅଭିନୟ ସହ ଜଡ଼ିତ ଥିଲେ କମେଡିଆନ ଜଗା ରାଉତ ।