ଦିଲ୍ଲୀରେ ହାଡଭଙ୍ଗା ଶୀତ, ୨ ଡିଗ୍ରୀକୁ ଖସିଲା ପାରଦ

ନୂଆଦିଲ୍ଲୀ,୭/୧: ଏବେ ପୁଣି ଥରେ ଶିତଲହରି ଜାରି ରହିଛି। ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଆଜି ରେକର୍ଡ ଥଣ୍ଡା ଅନୁଭତ ହୋଇଛି । ସର୍ବନିମ୍ନ ତାପମାତ୍ରା ୨ ଦଶମିକ୍ ୨ ଡିଗ୍ରୀକୁ ଖସିଆସିଥିବା ବେଳେ ହାରାହାରି ତାପମାତ୍ରା ୫ ଡିଗ୍ରୀର ତଳେ ରେକର୍ଡ କରାଯାଇଛି । ଯାହାକି ଚଳିତ ଥର ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅତ୍ୟଧିକ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେତେକ ଅଂଚଳରେ ତୁଷାରପାତ ଜାରି ରହିଛି । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ୫୦ ମିଟର ଦୂରତାରେ ଦେଖିବା ସମ୍ଭବପର ହୋଇନାହିଁ । ଫଳରେ ରାସ୍ତା ଏବଂ ଟ୍ରାଫିକ୍ ପୁରା ଜାମ ହୋଇଯାଇଥିବା ଦେଖିବାକୁ ମିଳିଛି ।