ଭୁବନେଶ୍ୱର,୮/୧୨: ଆହୁରି ଖସିବ ରାତିର ତାପମାତ୍ରା । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କୋହଲା ପାଗ କମିବା ସହ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ସେହିପରି ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏବେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ଲାଗି ରହିଛି । ଗତକାଲି ଦିନ ସମୟରେ ଝାରସୁଗୁଡ଼ା ଓ କେନ୍ଦୁଝର ସହରର ଦିନର ତାପମାତ୍ରା ୧୯. ୮ ଡିଗ୍ରୀ ରେକର୍ଡ ହୋଇଥିଲା । ୧୯୫୩ ମସିହାଠାରୁ ଡିସେମ୍ବରରେ ଝାରସୁଗୁଡ଼ାରେ ୫ ଥର ପାଇଁ ଦିନର ସର୍ବନିମ୍ନ ତାପମାତ୍ରା ବୋଲି ଜଣାପଡ଼ିଛି । ୨୦୦୩ ଡିସେମ୍ବର ୧୬ ତାରିଖରେ ଝାରସୁଗୁଡ଼ାରେ ଦିନର ସର୍ବନିମ୍ନ ତାପମାତ୍ରା ୧୭ ଦଶମିକ ୪ ଡିଗ୍ରୀ ରେକର୍ଡ ହୋଇଥିଲା ।