ସାରା ରାଜ୍ୟରେ ଅସହ୍ୟ ଶୀତ, ଜି. ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର,୨୧/୧୨: ସାରା ରାଜ୍ୟରେ ଅସହ୍ୟ ଶୀତ ଜାରି ରହିଛି । ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ୪ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟ୍ୱିନସିଟିର ବି ପାରଦ ଖସିବାରେ ଲାଗିଛି । କଟକରେ ୧୨.୩ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ରହିଛି ପାରଦ । ଥଣ୍ଡାରେ ଫୁଲବାଣୀ ସହର ଅଧିକ ପ୍ରଭାବିତ ହୋଇଛି । ଦାରିଙ୍ଗବାଡିଠାରୁ ଜି.ଉଦୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି । ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ସେହିଭଳି ମେଘମୁକ୍ତ ରହିଥିବାରୁ ଶୀତର ପ୍ରକୋପ ପୁଣି ବଢିଯାଇଛି । ଏହିପରି ସ୍ଥିତି ଆହୁରି ସପ୍ତାହେ ଲାଗି ରହିବା ନେଇ ସୂଚନା ରହିଛି ।