ଆସନ୍ତା ୧୧ରୁ ପୁଣି ବଢିବ ଶୀତ

ଭୁବନେଶ୍ୱର,୯/୨: ରାଜ୍ୟରେ ଏବେ ଶୀତ ପ୍ରକୋପ ଟିକେ କମିଛି । ଏହାସହ ପାଗ ମଧ୍ୟ ଶୁଖିଲା ରହିଥିଲା । କିନ୍ତୁ ଆଜି ରାଜ୍ୟର କେତେକ ସ୍ଥାନରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୧୧ରୁ ଶୀତ ବଢିବ ବୋଲି ସୂଚନା ରହିଛି । ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟରେ ଆଜିଠୁ ହାଲୁକା ବର୍ଷା ଆଶଙ୍କା ରହିଛି । ଆସନ୍ତାକାଲି ବର୍ଷା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୧ତାରିଖରୁ ୩ ରୁ ୪ ଡିଗ୍ରୀ ଯାଏ ରାତି ତାପମାତ୍ରା ଖସିବ ବୋଲି ଜଣାପଡିଛି ।