୧୨ ଡିଗ୍ରୀ ତଳେ ରାଜ୍ୟର ୯ ସହର

ଭୁବନେଶ୍ୱର, ୨୫/୧୨: ରାଜ୍ୟରେ ଏବେ ଶୀତ ଲହରୀ ରହିଛି। ଏହାରିମଧ୍ୟରେ ୧୨ ଡିଗ୍ରୀ ତଳେ ରାଜ୍ୟର ୯ ସହର ଥିବା ରେକର୍ଡ କରାଯାଇଛି। ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ଓ ଫୁଲବାଣୀ ୮.୫ ଡିଗ୍ରୀ, ଟିଟିଲାଗଡ଼ ୮.୮ , ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ୧୧, ବୌଦ୍ଧ ୧୦, କେନ୍ଦୁଝର ୧୦.୪ ରହିଛି। ସେହିପରି କଟକ ୧୩.୫ ଓ ଭୁବନେଶ୍ବର ୧୪.୬ ଡିଗ୍ରୀ ଥିବା ଜଣାପଡିଛି।