୧୪ ଡିଗ୍ରୀ ସେଲ୍‌ସିଅସ ତଳେ ରାଜ୍ୟର ୧୪ଟି ସହର

ଭୁବନେଶ୍ୱର, ୬/୧୨: ରାଜ୍ୟର ୧୪ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲ୍‌ସିଅସ ତଳେ ରହିଛି। ୭.୬ ଡିଗ୍ରୀ ସହ ସୋନପୁର ଆଜି ରାଜ୍ୟର ଥଣ୍ଡା ସହର ହୋଇଛି। ଫୁଲବାଣୀ ୮.୩, ଦାରିଙ୍ଗବାଡ଼ି ୯, ଅନୁଗୁଳ ୧୦ ଡିଗ୍ରୀ, ଭବାନୀପାଟଣା ୧୦.୨, କୋରାପୁଟ ୧୧.୬, ତାଳଚେର ୧୧.୯ ଡିଗ୍ରୀ ,ସୁନ୍ଦରଗଡ଼ ୧୨, କେନ୍ଦୁଝର ୧୨.୪, ବଲାଙ୍ଗିର ୧୨.୮ ଡିଗ୍ରୀ, ଝାରସୁଗୁଡ଼ା ୧୩, ବାରିପଦା ୧୩.୪, ହୀରାକୁଦ ୧୩.୬ ଡିଗ୍ରୀ, ସମ୍ବଲପୁର ୧୩.୭, କଟକ ୧୫.୮ ଓ ଭୁବନେଶ୍ବର ୧୭.୬ ଡିଗ୍ରୀ ତଳେ ରହିଛି ତାପମାତ୍ରା।