ବଦଳିଲା ପାଗ, ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା

ଭୁବନେଶ୍ୱର,୭/୧୨: ରାଜ୍ୟରେ ବଦଳିଲା ପାଗ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଦୁଇ ଦିନରେ ତାପମାତ୍ରା  ୫ ଡିଗ୍ରୀ କମିଛି। ଗତ ୪ ତାରିଖରେ ଭୁବନେଶ୍ୱର ସହରର ସର୍ବୋଚ୍ଚ ତାପମାତ୍ରା ୨୮.୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨. ୬ ଡିଗ୍ରୀ ରହିଥିଲ । ୫ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୨୮. ୮ ଓ ସର୍ବନିମ୍ନ ତାପମାତ୍ରା ୨୧. ୫ ଥିଲା । ବାତ୍ୟା ପ୍ରଭାବରେ ରାଜଧାନୀର ତାପମାତ୍ରା ତଳମୁହାଁ ହୋଇଥିଲା ।ଗତକାଲି ସର୍ବୋଚ୍ଚ ତାପମାତ୍ରା ୫ ଡିଗ୍ରୀ ହ୍ରାସ ପାଇଥିଲା । ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଅହୁରି କମିବ ବୋଲି ଆଶା କରାଯାଉଛି । ଗତକାଲି ଦାରିଙ୍ଗବାଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୭ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ରହିଥିଲା ୨୩. ୬ ଡିଗ୍ରୀ ।