ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା

ନୂଆଦିଲ୍ଲୀ, ୨୬/୭: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଇସ୍ତଫା ଦେଇଛନ୍ତି। ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କିଛି ସମୟ ପୂର୍ବେ ଇସ୍ତଫା ଦେବେ ବୋଲି ସେ ଘୋଷଣା କରିଥିଲେ।