ଭୁବନେଶ୍ୱର, ୧/୧: ଆଜି ହେଉଛି ଇଂରାଜୀ ନବବର୍ଷ। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୨ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ ଓ ଶ୍ରୀଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ସମସ୍ତଙ୍କ ମଙ୍ଗଳ ହେଉ ବୋଲିି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ସେ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି।
ନୂଆ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ପ୍ରତିଟି ଜୀବନ ମଙ୍ଗଳମୟ ହେଉ।#HappyNewYear2022 pic.twitter.com/lf2hlpUCqj
— Naveen Patnaik (@Naveen_Odisha) January 1, 2022