ଆଜି ସୁଆଣ୍ଡୋ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୨:ଆଜି ସୁଆଣ୍ଡୋ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପହଞ୍ଚି ପୂର୍ଣ୍ଣାବୟବ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟର କରିବେ ଲୋକାର୍ପଣ କରିବେ । ଏହାସହ ସୁଆଣ୍ଡୋରେ ନବନିର୍ମିତ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୂଚନାଯୋଗ୍ୟ ଯେ ୨୫ କୋଟି ୮୦ ଲକ୍ଷ ଟଙ୍କାରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋ ଗାଁ ନୂଆ ରୂପ ନେଇଛି । ପୁରୀ- ଭୁବନେଶର ଜାତୀୟ ରାଜପଥ ପଟନାୟକିଆ ଠାରୁ ସୁଆଣ୍ଡକୁ ଓସାରିଆ ରାସ୍ତା, ଆଲୋକୀକରଣ, ଗାଁ ମନ୍ଦିର ପୁନଃରୁଦ୍ଧାର, ଗୋପବନ୍ଧୁ ପାର୍କ, ମ୍ୟୁଜିଅମ, ସଠିଘର, ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ।