ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୧୦: ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଶ୍ରୀମନ୍ଦିର ଐତିହ୍ୟ ନିରାପତ୍ତା ବଳୟରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହ ଐତିହ୍ୟ କରିଡର ପରିସରରେ ଉଚ୍ଛେଦ ସ୍ଥଳ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଲଙ୍ଗୁଳିମଠ ସମ୍ମୁଖ ବଡ଼ଦାଣ୍ଡରେ ବସି ନକ୍ସା ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଙ୍କ ସହ ଉନ୍ନୟନ କମିସନର, 5T ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, DIG ଓ SPଙ୍କ ସମେତ ବହୁ ପଦାଧିକାରୀ ବି ଉପସ୍ଥିତ ରହିଥିଲେ। ଅନ୍ୟପଟେ କୋଭିଡ କଟକଣା ଯୋଗୁଁ ପତିତପାବନଙ୍କୁ ଦର୍ଶନ କରିଛନ୍ତି ନବୀନ।