ସିଙ୍ଗାପୁରରେ ନିବେଶକଙ୍କୁ ଭେଟିବା ସହ ଓଡିଶାରେ ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,୧୮/୧୧: ସିଙ୍ଗାପୁରରେ ନିବେଶକଙ୍କୁ ଭେଟିବା ସହ ଓଡିଶାରେ ନିବେଶ କରିବା ପାଇଁ  ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁର ଭାରତୀୟ ହାଇକମିଶନର ଡକ୍ଟର ଶିଳ୍ପାର ଆମ୍ବୁଲେଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡିଶାର ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ । ଭାରତ-ସିଙ୍ଗାପୁର ବ୍ୟବସାୟ ସମ୍ପର୍କ ଉପରେ ଏହି ଆଲୋଚନା ହୋଇଛି ।

ଭାରତ-ସିଙ୍ଗାପୁର ବ୍ୟବସାୟ ସମ୍ପର୍କ ଉପରେ ଏହି ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ବାଣିଜ୍ୟ ସମ୍ବନ୍ଧୀୟ ବିକାଶ ସମ୍ପର୍କରେ ହାଇ କମିଶନର ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ବିଶେଷ କରି କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ, ନବୀକରଣ ଯୋଗ୍ୟ ଶକ୍ତି, ଗ୍ରୀନ୍ ଇନ୍ଧନ ଏବଂ ସ୍କିଲିଂ ଭଳି ଏହି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବାରେ ଓଡିଶାର ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି।

 

Leave a Reply

Your email address will not be published. Required fields are marked *