ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ପରିକ୍ରମା ମାର୍ଗରେ ବୁଲି ଦେଖିଲେ…

ଭୁବନେଶ୍ୱର,୨୩/୦୧: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲା ପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚଥିଲେ। ପରେ ସେଠାରୁ ଶ୍ରୀମନ୍ଦିରରେ ପହଞ୍ଚି ଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଶ୍ରୀଜିଉଙ୍କୁ ଦର୍ଶନ ସାରି ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।