ବିଜୁବାବୁଙ୍କ ଜନ୍ମ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଭୁବନେଶ୍ୱର,୦୫/୦୩:ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକି ଉତ୍ସବ ପାଳିତ ହୋଇଛି । ଏନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆଜି ଆୟୋଜନ କରାଯାଇଛି । ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କରେ ପହଁଚି ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କର୍ମୀଙ୍କ ସହ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ସେହିପରି ଏୟାରପୋର୍ଟ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଛନ୍ତି ଦଳୀୟ ନେତା ଓ କର୍ମୀ । ସେପଟେ ଶଙ୍ଖଭବନରେ ମଧ୍ୟ ପ୍ରବାଦ ପୁରୁଷଙ୍କ ସ୍ମୃତିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।