ପିଲାମାନଙ୍କୁ ସ୍କୁଲ ଛାଡିବାକୁ ପିତାମାତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର, ୭/୨: ଆଜି ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ସେ କହିଛନ୍ତି ଯେ କୋଭିଡ ଯୋଗୁ ପିଲାଙ୍କ ପାଠ ପଢ଼ାରେ ବେଶ ପ୍ରଭାବ ପକାଇଛି। ତେଣୁ ସମସ୍ତେ ମିଶି ପାଠପଢ଼ାର କ୍ଷତିକୁ ଭରଣା କରିବା, ପିଲାଙ୍କର କିଛି ଅସୁବିଧା ହେବ ନାହିଁ । ଏହାସହ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ପିତାମାତାଙ୍କୁ ମୁୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ଅନୁରୋଧ କରିିିଛନ୍ତି।

ଏହାପରେ ସେ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା, ପିଲାମାନେ ସ୍କୁଲ ଯାଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ସ୍କୁଲ ଖୋଲିବାଟା ସ୍ବଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଅନ୍ୟପଟେ ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।