ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୪: ଦେଶ ଓ ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନକୁ ବିଗିଡିବାରେ ଲାଗିଛି। ତେଣୁ କରୋନା ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦେଇଛନ୍ତି । ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ ହୋଇଥିବା କରୋନା ଟିକା ମିିଳୁ ବୋଲି ସେ କହିଛନ୍ତି । ସର୍ବାଧିକ ସଂକ୍ରମିତ ସହରଗୁଡିକୁ ପ୍ରାଧାନ୍ୟ ଦିିିଆଯିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି।