ପ୍ରଧାନମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୪: ଦେଶରେ ଏବେ କରୋନା ସ୍ଥିତି ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି। ତେଣୁ ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ବର୍ତ୍ତମାନ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି । ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ସହଯୋଗ କରିବ ବୋଲି ସେ କହିଛନ୍ତି। ଏହାସହ ଦେଶରେ ଅକ୍ସିଜେନ ଆବଶ୍ୟକତାକୁ ପୂରଣ ପାଇଁ ଓଡ଼ିଶା ସହଯୋଗ କରିବ ବୋଲି ନବୀନ କହିଛନ୍ତି।

ସେହିପରି କିଛି ସମୟ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ କଥା ହୋଇ କୋଭିଡ ସ୍ଥିତି ପଚାରି ବୁଝିଥିଲେ। ଏହାସହ ଅକ୍ସିଜେନ ଯୋଗାଇବା ସହ ସମସ୍ତ ପ୍ରକାର ସହଯୋଗ ଓଡ଼ିଶା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।