୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦/୧:ରାଜ୍ୟରେ ଶିଳ୍ପ କାର୍ଯ୍ୟକଳାପକୁ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଛନ୍ତି ।ଏହାସହ ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପୂର୍ବଭାରତରେ ଓଡ଼ିଶା ଉତ୍ପାଦନ କେନ୍ଦ୍ର ହେବ। ଶିଳ୍ପାୟନ, ବ୍ୟବସାୟରେ ଅନୁକୁଳ ବାତାବରଣ ସୃଷ୍ଟି କରାଯାଇଛି।ସୂଚନା ଯୋଗ୍ୟ ଯେ  ମୁଖ୍ୟମନ୍ତ୍ରୀ ଆଜି ୨୩୫୯.୨୯ କୋଟିର ବିଭିନ୍ନ ପ୍ରକାର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।