ଆସନ୍ତା ୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ,୫/୪: ଦେଶରେ ପୁଣି ଅଣଆୟତ ସ୍ଥିତିରେ କରୋନା ସଂକ୍ରମଣ। ଆଜି ଦେଶରେ ପ୍ରାୟ ୧ଲକ୍ଷ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସବୁ ସ୍ଥିତି କୁ ଦେଖି ଆସନ୍ତା ୮ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। କୋଭିଡ୍ ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ସେ ଆଲୋଚନା କରିବେ ବୋଲି ସୂଚନା ରହିଛି।