ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦/୧୦: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ଖରିଫ ଧାନ କିଣା ସମ୍ପର୍କରେ ଚିଠି ରେ ଉଲ୍ଲେଖ କରିିିଛନ୍ତି ମୁଖ୍ୟମନ୍ତ୍ରୀ।  ରାଜ୍ୟର ବଳକା ଉଷୁନା ଚାଉଳ ବିକ୍ରି ନେଇ  ହସ୍ତକ୍ଷେପ ଲୋଡିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଖରିଫ ଋତୁରେ ୫୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ ହେବ ଓ
ଏଥିରୁ ୨୪ ଲକ୍ଷ ମେଟ୍ରିକ ଟନ୍‌ ଉଷୁନା ଚାଉଳ ବଳକା ହେବ ।