ସୁବର୍ଣ୍ଣପୁର ପାଇଁ ୩୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫/୧୧: BSKY ସ୍ମାର୍ଟ ହେଲଥ କାର୍ଡ ରେ ଯୋଡି ହେଲା ସୁବର୍ଣ୍ଣପୁର। ଏହାସହ ସୁବର୍ଣ୍ଣପୁର ପାଇଁ ୩୦୦ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମାଧ୍ୟମରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ୧ ଲକ୍ଷ ୫୩ ହଜାର ହିତାଧିକାରୀ ଉପକୃତ ହେବେ। ସୁବର୍ଣ୍ଣପୁରବାସୀଙ୍କୁ ମୁୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଜିଲ୍ଲା ପାଇଁ ୩୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ କରି ବହୁତ ଖୁସି।