କୋରେଇ ଟ୍ରେନ୍ ଦୁର୍ଘଟଣାରେ ୪ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧/୧୧: କୋରେଇ ଟ୍ରେନ୍ ଦୁର୍ଘଟଣା ଘଟିିିଛି । ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଖବର ଅତ୍ୟନ୍ତ ଦୁଃଖଦାୟକ । ଏହାସହ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ  ଟ୍ରେନ୍ ଦୁର୍ଘଟଣାରେ ୫୪ଟି ବଗିରୁ ୧୦ଟି ଲାଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ପରେ ଷ୍ଟେସନ ଉପରକୁ ବଗିଗୁଡିକ ମାଡି ଯାଇଛି । ଯାହା ଫଳରେ କୋରେଇ ରେୱେ ଷ୍ଟେସନର ବିଲ୍ଡିଂ ଭାଙ୍ଗି ଯାଇଛି । କେବଳ ସେତିକି ନୁହେଁ ଦୁର୍ଘଟଣାରେ ଫୁଟ୍ ଓଭର ବ୍ରିଜ୍ ଭାଙ୍ଗି ଚୁରମାର ହୋଇଛି । ତେବେ ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ନେଇ କୋରେଇ ବିଡିଓ ସୂଚନା ଦେଇଛନ୍ତି । ୭ଜଣ ଆହତଙ୍କ କୋରେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।