ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି

ଭୁବନେଶ୍ୱର, ୮/୧: ରାଜ୍ୟର ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ଭେଟି ଦେଇଛନ୍ତି। ଏଣିକି ସେମାନଙ୍କୁ ସବେତନ ଚିକିତ୍ସା ଛୁଟି ମିିଳିବ। ଏହାଦ୍ୱାରା ୧.୩୦ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ। ସେବା ନିବୃତ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ପାଇଁ ଏହି ଘୋଷଣା କରାଯାଇଛି। ୬୨ ବର୍ଷ ବୟସରେ ସେବା ନିବୃତ୍ତ ହେଲେ  ୪୦,୦୦୦ ଟଙ୍କା ମିଳିବ ବୋଲି ସୂଚନା ରହିଛି।

ସେହିପରି ପଞ୍ଚାୟତରେ କାର୍ଯ୍ୟରତ ୫୦ ହଜାର SHG କର୍ମଚାରୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସବୁ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ପୋଷାକ ଭତ୍ତା ବାବଦକୁ ବାର୍ଷିକ ୧୦୦୦ ଟଙ୍କା ଦିଆଜିବ। ସବୁ CRP-CMମାନଙ୍କୁ ପାରିଶ୍ରମିକ ଭାବେ ମିଳିବ ମାସିକ ୩୦୦୦ ଓ ଗସ୍ତଖର୍ଚ୍ଚ ବାବଦକୁ ମିଳିବ ମାସିକ ୩୫୦ ଟଙ୍କା।