ଭୁବନେଶ୍ୱର,୨୯/୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ବିରୋଧୀ ନେତାଙ୍କ ଅଶାଳୀନ ବ୍ୟବହାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ‘ ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଁ ଜିଜ ପରିବାର ଭାବି ସେବା କରିଆସୁଛି । ସୁଖଦୁଖରେ ମୁଁ ସବୁବେଳେ ସେମାନଙ୍କ ସହ ଅଛି । କୋଭିଡ ମୁକାବିଲା ହେଉ କି ବନ୍ୟା, ବାତ୍ୟା ହେଉ ସବୁଥିରେ ମୁଁ ସେମାନଙ୍କ ସହ ଛିଡା ହୋଇଛି । ଶେଷ ଯାଏଁ ଛିଡା ହୋଇଥିବି’ । ଆହୁରି କହିଛନ୍ତି, ‘ ମିଶନ ଶକ୍ତି ମା’ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ସେହିଭଳି ଆମ ରାଜ୍ୟର ଯୁବପୀଢି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡିଶାକୁ ଆଗକୁ ନେବ ଓ ଓଡିିଶାକୁ ନମ୍ବର ୱାନ କରିବେ । ହେଲେ ଦୁଃଖର କଥା ବାହାର ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଟ୍ୟାଗ କରୁଛନ୍ତି କଟୁକଥା କହୁଛନ୍ତି ଅଭଦ୍ର ଭାଷଣ ବ୍ୟବହାର କରୁଛନ୍ତି । ଆପଣମାନେ ଭଲଭାବେ ଜାଣିଛନ୍ତି ମୁଁ କାହାକୁ କେବେ ଅସମ୍ମାନ କରେ ନାହିଁ କି କଟୁକଥା କହେନାହିଁ । ବିଶେଷ କରି ମୋ ରାଜ୍ୟର ମା’ମାନେ ଓ ଯୁବ ବନ୍ଧୁମାନେ ମୋ ପ୍ରତି ହେଉଥିବା ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡିଶା ଉପରେ ରହିଛି ଓ ରହିଥିବ ମଧ୍ୟ’ ।