ଆସନ୍ତାକାଲି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କରିବେ ଉଦଘାଟନ

ଭୁବନେଶ୍ୱର,୪/୧: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯିବେ। ବିପିୟୁଟି ପରିସରସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ,  ବିର୍ସା ମୁଣ୍ଡା ଫୁଟବଲ୍‌ ଷ୍ଟାଡିୟମ ସମେତ ୧୦ରୁ ଅଧିକ ପ୍ରକଳ୍ପ ସେ ଉଦ୍‌ଘାଟନ କରିବେ। ସେହିଦିନ ମୁଖ୍ୟମନ୍ତ୍ରୀ ରାଉରକେଲାରେ ରାତି ରହଣୀ କରିବାର ଯୋଜନା ମଧ୍ୟ ଅଛି ବୋଲି କୁହାଯାଉଛି। ତେବେ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ  କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।