ମିଛ କହିବାର ବି ଗୋଟେ ସୀମା ଥାଏ: ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ଏପରି କିଛି କହି ବିରୋଧୀଙ୍କ ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪/୦୫: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହାରିମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି।  ସଭା ମଂଚରୁ ସାମ୍ବାଦିକ ସମ୍ମିଳନୀ ସବୁଠି ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଜେପି ନେତାମାନେ ବାରମ୍ବାର ପ୍ରଶ୍ନ ଉଠାଇବା ପରେ, ନିଜେ ସାମନାକୁ ଆସିଛନ୍ତି ନବୀନ । ସେ ବିରୋଧୀଙ୍କୁ କଡା ଜବାବ୍ ଦେଇଛନ୍ତି । ସେ କହିଛନ୍ତି, ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି, ରାଜ୍ୟବ୍ୟାପୀ ପ୍ରଚାର କରୁଛି । ବିଜେପି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛି । ମିଛ କହିବାର ବି ଗୋଟିଏ ସୀମା ଥାଏ ।ମୁଖ୍ୟମନ୍ତ୍ରୀ ଜବାବ ଦେବା ପୂର୍ବରୁ ସେ ବନ୍ଧକ ଥିବା ଅଭିଯୋଗ ଆଣିି ତାଙ୍କୁ ମୁକ୍ତ କରିବା ଦାବିରେ ଭୁବନେଶ୍ୱରରେ ପ୍ରତିବାଦ କରିଛି ରାଜ୍ୟ ବିଜେପି । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି ବିଜେପି ନେତା ।