କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ ନବୀନଙ୍କ ପ୍ରଚାର

ଭୁବନେଶ୍ୱର,୧୨/୦୫: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସଂସଦୀୟ କ୍ଷେତ୍ରରେ ଜନସଭା କରି ଭୋଟ ମାଗିଥିଲେ, ଆଜି ସେହି ଅଞ୍ଚଳରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏଥିସହ ମଞ୍ଚ ଉପରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।ନବୀନଙ୍କ ସହ ପ୍ରଚାରରେ ସାମିଲ ହୋଇ ଭି.କେ.ପାଣ୍ଡିଆନ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ଲୋକଙ୍କ ପାଇଁ ନବୀନ କଣ କରିଛନ୍ତି ଓ ଆଗକୁ କଣ କରିବେ ତାର ହିସାବ ରଖିଛନ୍ତି । ଜୁନ୍ ୯ରେ ନବୀନ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦାବିକୁ ପୁଣି ଦୋହରାଇଛନ୍ତି । ଶନିବାର କନ୍ଧମାଳ, ବରଗଡ, ବଲାଙ୍ଗୀରରେ ପ୍ରଚାର କରି ନବୀନଙ୍କୁ ସିଧାସଳଖ ଆକ୍ରମଣ କରିଥିଲେ ମୋଦୀ ।