କଣ୍ଟାବାଞ୍ଝି ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨/୦୫: କଣ୍ଟାବାଞ୍ଝି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ପୂର୍ବରୁ ଆଜି ଟିଟିଲାଗଡ ସିଟି ହାଇସ୍କୁଲରୁ ଏକ ରୋଡ ସୋ’ରେ ଆସିଥିଲେ ମୁଖ୍ୟମନ୍ତ୍ରୀ । ଟିଟିଲାଗଡ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନପତ୍ର ଦାଖଲ ସମୟରେ ବଲାଙ୍ଗୀର ବିଜେଡିର ନେତା ଉପସ୍ଥିତ ରହିଥିଲେ । ଏହାପୂର୍ବରୁ ହିଞ୍ଜିଳି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢୁଛନ୍ତି ନବୀନ । ହିଞ୍ଜିଳି ସମେତ କଣ୍ଟାବାଞ୍ଝି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସୁପ୍ରିମୋ । ୨୦୧୯ରେ ମଧ୍ୟ ୨ଟି ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ହିଞ୍ଜିଳି ସହିତ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ ।