ଆସିଲା ବିଜେଡିର ପ୍ରାର୍ଥୀ ତାଲିକା, ହିଞ୍ଜିଳି ସହ କଣ୍ଟାବାଂଜିରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭/୦୪: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆଜି ଆଉ କିଛି ଆସନ ପାଇଁ ବିଜେଡି ତାର ତାଲିକା ପ୍ରକାଶ କରିଛି । କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ଭଳି ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଆଜି କଣ୍ଟାବାଞ୍ଜିରୁ ନବୀନ ଲଢିବା ନେଇ ଘୋଷଣା ହୋଇଛି ।

ରେଢାଖୋଲ- ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର – ରୋହିତ ପୂଜାରୀ

ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ

ପଦ୍ମପୁର- ବର୍ଷା ସିଂ ବରିହା

କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ

ସାନଖେମୁଣ୍ଡି- ସୁଲକ୍ଷଣା କୁମାରୀ ଦେବୀ

ଜୟପୁର- ଇନ୍ଦିରା ନନ୍ଦ

ଦେବଗଡ-ଅରୁନ୍ଧତୀ କୁମାରୀ ଦେବୀ

ଅନୁଗୁଳ- ସଂଯୁକ୍ତା ସିଂ

ନିମାପଡା – ଦିଲ୍ଲୀପ କୁମାର ନାୟକ