ରାଜ୍ୟର ଲ ଅଫିସରଙ୍କ ୫୦% ଫି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିବ କେତେ ?

ଭୁବନେଶ୍ୱର,୧/୦୩: ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ କ୍ୟାଡର ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ୫୦% ବୃଦ୍ଧି କରାଯାଇଛି । ଏହା ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ।ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପି ମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ଏହା ବୃଦ୍ଧି ହୋଇ ୧୮୭୫ ଟଙ୍କା ହୋଇଛି । ସେହିଭଳି ରିଟେନର ଫି’ ପୂର୍ବରୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରୋସିକ୍ୟୁଟର ମାନେ ପୂର୍ବରୁ ଦୈନିକ ଫି’ ୧୧୦୦ ଟଙ୍କା ପାଉଥିବା ବେଳେ ଏବେ ୧୬୫୦ ଟଙ୍କା ପାଇବେ । ରିଟେନର ଫି ପୂର୍ବରୁ ୪ ହଜାର ଟଙ୍କା ଥିବା ବେଳେ ଏବେ ୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ୮୫ ଜଣ ଏସପିପି ମାନେ ପୂର୍ବରୁ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ୧୮୭୫ ଟଙ୍କା ପାଇବେ । ରିଟେନର ଫି ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୨୯ ଜଣ ସରକାରୀ ଓକିଲ ଏବଂ ୧୧୩ ଜଣ ସହକାରୀ ସରକାରୀ ଓକିଲ ପୂର୍ବରୁ ରିଟେନର ଫି’ ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ ।