ରାଜ୍ୟରେ ୪୮ଟି ଇନଡୋର ଷ୍ଟାଡିୟମ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୦୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି।  ରାଜ୍ୟରେ ୪୮ଟି ଇନଡୋର ଷ୍ଟାଡିୟମ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି। କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ ଏକାଡେମୀ, ଭବାନୀପାଟଣା ବହୁମୁଖୀ ଇନଡୋର ହଲର ଉଦ୍‌ଘାଟନ ସହ ଦେବଗଡ଼ରେ ହକି ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ମହିଳା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର, ରେମୁଣା, ବାଲିଗୁଡ଼ା, କରଞ୍ଜିଆ ଓ ଟିଟିଲାଗଡ଼ରେ ବହୁମୁଖୀ ଇନଡୋର ଷ୍ଟାଡିୟମ, ଭଦ୍ରକରେ ଇନଡୋର ସୁଇମିଂ ପୁଲ୍ ଓ କଟକରେ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।