କେନ୍ଦୁପତ୍ରର ଦରବୃଦ୍ଧି ଓ ବୋନସ ବୃଦ୍ଧି ସହ ପାଖାପାଖି ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧/୦୨: କେନ୍ଦୁପତ୍ର ତୋଳାଳି, ବନ୍ଧାଳି, କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା । କେନ୍ଦୁପତ୍ରର ଦରବୃଦ୍ଧି ଓ ବୋନସ ବୃଦ୍ଧି ସହ ପାଖାପାଖି ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ହୋଇଥିବା ବେଳେ ୯୮ କୋଟି ଟଙ୍କା ମଂଜୁର ହୋଇଛି। ଏଥିରେ ଉପକୃତ ହେବେ ସାଢ଼େ ୮ ଲକ୍ଷ ତୋଳାଳି। ସେହିପରି
ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ପ୍ରୋତ୍ସାହନ ରାଶି ୫ରୁ ୧୦ ପ୍ରତିଶତକୁ ବୃଦ୍ଧି ହୋଇଛି। ଏଥିରେ ଉପକୃତ ହେବେ ୪୦ ହଜାର ଓ  ଖର୍ଚ୍ଚ ହେବ ୧୧ କୋଟି।