ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୧୧:ଅପହଞ୍ଚ ଇଲାକାରେ ବ୍ୟାଙ୍କ ସେବା ପହଞ୍ଚି ନଥିବା ଖବର ବାରମ୍ବାର ଆସିବା ପରେ ଏଥିପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ପ୍ରତି ପଞ୍ଚାୟତାରେ ଆରମ୍ଭ କରିଛନ୍ତି ଆମ ବ୍ୟାଙ୍କ ସେବା । ତେବେ ଆଉ ବ୍ୟାଙ୍କ ସେବା ପାଇବା ପାଇଁ ବହୁତ ଦୂର ଯିବାକୁ ପଡିବନି । ଏବେ ନିଜ ପଞ୍ଚାୟତରେ, ଘର ପାଖରେ ସମସ୍ତେ ପାଇବେ ବ୍ୟାଙ୍କ ସେବା । ଏଥିପାଇଁ ଐତିହାସିକ ପଦକ୍ଷେପ ନେଇ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରାଜ୍ୟର ବ୍ୟାଙ୍କ ନଥିବା ୪ ହଜାର ୩୭୩ ପଞ୍ଚାୟତରେ ଖୋଲିବ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ । ଏଥିରେ ୧୫ଟି ବ୍ୟାଙ୍କ ସେବା ମିଳିପାରିବ । ଏଥିପାଇଁ ରାଜ୍ୟ ସରକାର ୫ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡିକୁ ଘର ଯୋଗାଇ ଦେବେ । ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଏହି ସେବା ମିଳିବ ।