ରାଜ୍ୟରେ କରୋନା ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୧୨: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ତଥାପି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ତଥ୍ୟ ନେବା ସହ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ। ମାସ୍କ ବ୍ୟବହାର କରନ୍ତୁ ବୋଲି ନିବେଦନ କରିଛି ସ୍ୱାସ୍ଥ୍ୟ ବିଭାଗ । ଗତକାଲି ସବୁ କୋଭିଡ ହସ୍ପିଟାଲରେ ମକଡ୍ରିଲ୍ କରାଯାଇଥିଲା । ମେଡିକାଲରେ ବେଡ୍ ଅକ୍ସିଜେନ୍ ସମସ୍ତ ଆବଶ୍ୟକୀୟ ଉପକରଣ ଅଛି କି ନାହିଁ, ମ୍ୟାନ୍ ପାୱାର ଅଛନ୍ତି କି ନାହିଁ, ସେନେଇ  ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା ।