ଆହୁରି ସୁଦୃଢ଼ ହେଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୧୯/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ ବଢ଼େଇ ଦିଆଯାଇଛି।  ଏକ ସ୍ୱତନ୍ତ୍ର ବିଶୃଙ୍ଖଳା ନିରୋଧୀ ଚେକ୍‌ ଟିମ୍‌ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ ଏହି  ଟିମ୍‌କୁ ମୁଖ୍ୟତଃ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବାଠାରୁ ଆରମ୍ଭ କରି ସାଧାରଣ ସଭା ପର୍ଯ୍ୟନ୍ତ ବ୍ୟବହାର କରାଯିବ। ଏହି ନବଗଠିତ ଟିମରେ ୨ଜଣ ଡେପୁଟି କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ, ୨ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୪ଜଣ ସଶସ୍ତ୍ର ସବ୍‌ ଇନ୍‌ସପେକ୍ଟରଙ୍କ ସମେତ ଅନ୍ୟ ହାବିଲଦାର ଓ ସିପାହୀ ରହିବେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ଏବେ ସଶସ୍ତ୍ର ସବ୍‌ ଇନ୍‌ସପେକ୍ଟରଙ୍କ ସମେତ ୯୧ଜଣ କର୍ମଚାରୀ ନିୟୋଜିତ ହେବେ।ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଓଡ଼ିଶା ବିଧାନସଭା ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯାଇଛି। ପ୍ରାୟ ୭୨ଜଣ ଅତିରିକ୍ତ ପୁଲିସ କର୍ମଚାରୀ ନିୟୋଜିତ ହେବେ। ସମୁଦାୟ ୨୦୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି।