ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ପ୍ରଥମେ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୦୫:  ଆସନ୍ତା ମାସ ୯ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ଫୁଟବଲ ଟିମ୍ କୋଚଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୁନିଲ ଛେତ୍ରୀ । ପ୍ରଥମ ଥର ଲାଗି ଓଡ଼ିଶା ଏକ ଆନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ଇଣ୍ଟର କଣ୍ଟିନେଣ୍ଟାଲ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁନ ୧୮ ତାରିଖ ଯାଏଁ ଚାଲିବ । ଏଥିରେ ଭାରତ ସମେତ ଲେବାନନ, ମାଙ୍ଗୋଲିଆ ଏବଂ ଭାନୋଟା ଟିମ୍ ଭାଗ ନେବେ ।