ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନରେ ଥିବା ମହିଳା ଉଦ୍ୟୋଗୀ ରିମଝିମ ମହାନ୍ତି

ଭୁବନେଶ୍ୱର,୧୦/୪: ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶରୁ ପୁଞ୍ଜି ନିବେଶ ଆଣିବା ପାଇଁ ସେ ଜାପାନ ଯାଇଛନ୍ତି । ଏହି ଅବସରରେ ଜାପାନରେ ଥିବା ପ୍ରବାସୀ ଓଡିଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହାସହ ଜାପାନରେ ଥିବା ମହିଳା ଉଦ୍ୟୋଗୀ ରିମଝିମ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଓଡିଆ ଓ ଜାପାନ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରିବା ଉପରେ ଆଲୋଚନା ହୋଇଛି । କଳା ସଂସ୍କୃତି ସହ କେମିତି ଜାପାନ ଓ ଓଡିଶା ମଧ୍ୟରେ ଏକ ସମ୍ପର୍କର ସେତୁ ତିଆରି ହୋଇପାରିବ । ସେହି ଦିଗରେ କାମ କରିବାକୁ, ଓଡିଶାରେ ଥିବା ଲୋକଙ୍କୁ ଜାପାନ ସହ ଯୋଡିବା ପାଇଁ କାମ କରିବାକୁ ପ୍ରବାସୀ ଓଡିଆଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।