ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେବ ଉଦ୍ୟମ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬/୩: ଆଜି ଗଂଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର ସମାବେଶରେ ଯୋଗ ଦେଇ ସେ ଆହ୍ୱାନ ଦେଇଛନ୍ତି । ସେଠାରେ ସେ କହିଛନ୍ତି ଯେ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲାକୁ ଉଦ୍ୟମ କରିବାକୁ ପଡିବ । ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ୨୮୦କୋଟିର ରୁଣ ପ୍ରଦାନ କରିଛନ୍ତି । ସେହିପରି ଗ୍ରାମକଣ୍ଠ ଘରଡିହ ପଟ୍ଟା ମଧ୍ୟ ବାଂଟିଛନ୍ତି ମୁଖ୍ୟମନ୍ତ୍ରୀ । କବିସୂର୍ଯ୍ୟନଗର ଗସ୍ତ ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁରରେ ରହିଛି । ଜିଲ୍ଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ୨୨ ହଜାର ୨ ଶହ ସ୍ୱୟଂ ସହାୟକ ଗୋଷ୍ଠୀର ୨ କୋଟି ୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଂଟନ କରିବେ ମୁଖ୍ୟମନ୍ତ୍ରୀ ।